ଫୁଟବଲ ଟୁର୍ଣ୍ଣମେଣ୍ଟରେ ୧-୦ ଗୋଲରେ ଆଇକେବିକୁ ପରାସ୍ତ କରିଛି ବିବିସି

( ହରିଶ ଚନ୍ଦ୍ର ଦାସ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକର ଇଶ୍ୱରନଗର ପଞ୍ଚାୟତ କେରେଜେଙ୍ଗାଠାରେ ଫୁଟବଲ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୧୬ଟି ଦଳକୁ ନେଇ ୩ ଦିନ ଏହି ଖେଳ ଅନୁଷ୍ଠିତ ହୋଇଯାଇଥିଲା । ଗତକାଲି ଆଇକେବି ପାଲଲହଡା ଓ ବିବିସି କେରେଙ୍ଗା ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ଏଥିରେ ବିବିସି ଫୁଟବଲ ଟିମ୍ ୧-୦ ଗୋଲରେ ଆଇକେବି କୁ ପରାସ୍ତ କରି ଚମ୍ପିୟନ ହୋଇଛି । ଏଥିରେ ମୁଖ୍ୟ ଅତିଥି ସଂଦିପ ପ୍ରଧାନ , ସମ୍ମାନୀୟ ଅତିଥି ରଞ୍ଜନ ସେଠି , ସମିତି ସଭ୍ୟ ଇଶ୍ୱରନାଗ , ସୁରଭି ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଜେତା ଦଳକୁ ୭ ହଜାର ଓ ଉପ – ବିଜେତା ଦଳକୁ ୫ ହଜାର ପ୍ରଦାନ କରାଯାଇଛି ।