ଅକ୍ସିଜେନ୍ ସିଲିଣ୍ଡର ଫାଟି ଜଳିଗଲେ ରୋଗୀ

( ମମତା ସାମଲ) : କେରଳରେ ଘଟିଛି ଦୁଃଖଦ ଘଟଣା । ଏକ ଆମ୍ବୁଲାନ୍ସ ରୋଗୀକୁ ନେଇ ମେଡିକାଲ ଯାଉଥିବାବେଳେ ଅକ୍ସିଜେନ୍ ସିଲିଣ୍ଡର କୈାଣସି କାରଣରୁ ଫାଟି ଯାଇଥିଲା । ଫଳରେ ରୋଗିଟିର ମୃତ୍ୟୁ ହେବା ସହ ଆମ୍ବୁଲାନ୍ସ ଗାଡିଟି ସମ୍ପୁଣ୍ଣ ଜଳିଯାିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଚମ୍ପାକୁଲମ୍ ହସ୍ପିଟାଲର ସମ୍ମଖରେ ।

ସ୍ଥାନିୟ ସୁଚନା ଅନୁଯାଇ ଗତକାଲି ସନ୍ଧ୍ୟାରେ ଜଣେ ରୋଗୀକୁ ଗୁରୁତର ଅବସ୍ଥାରେ ଚମ୍ପାକୁଲମ୍ ହସ୍ପିଟାଲରୁ ଆଲାପୁଜାଃ ହସ୍ପିଟାଲକୁ ନିଆଯାଉଥିଲା । ଠିକ୍ ଏହି ସମୟରେ ସିଲିଣ୍ଡରେ ନିଆଁ ଲାଗି ତାହା ଫାଟିଯାଇଥିଲା । ଆମ୍ବୁଲାନ୍ସରେ ଥିବା ରୋଗିଟିର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ନର୍ସ ଆହତ ହେବା ସହ ଝଟ୍କା ମଧ୍ୟ ଲାଗିଛି । ବ୍ୟକ୍ତିଙ୍କ ନାମ ମନୋହର ନାୟାର।