ବିଧାନସଭା ଶୂନ୍ୟକାଳରେ କିଟ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ

ବ୍ୟୁରୋ : ବିଧାନସଭା ର ଶୂନ୍ୟକାଳ ରେ ଉଠିଲା କିଟ୍ ପ୍ରସଙ୍ଗ। ଓଡ଼ିଆ ଅସ୍ମିତା କଥା କହି ସର୍କାର କୁ ଆସିଥିବା ବିଜେପି ଏବେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ।  କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଙ୍କ ଆତ୍ମ ହତ୍ୟା ଘଟଣା ଓଡିଶା ନିନ୍ଦିତ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଓଡିଶା ନିନ୍ଦିତ। ରାଜଧାନୀ ରୁ ପୁର ପଲ୍ଲୀ ଯାଏ ସବୁଠି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ।  ପ୍ରଧାନ ମନ୍ତ୍ରୀ ଙ୍କ ଗସ୍ତ ସମୟରେ ହତ୍ୟା କାଣ୍ଡ ହେଲା ଭୁବନେଶ୍ଵର ରେ।  Apartment ରେ ଲୋକେ ସୁରକ୍ଷିତ ନୁହଁ।  ଭରତପୁର ଥାନା ଘଟଣା ପ୍ରମାଣିତ କରୁଛି ଥାନାରେ ବି ଲୋକେ ସୁରକ୍ଷିତ ନୁହଁନ୍ତି।  ରାଜ୍ୟପାଳ ଙ୍କ ପୁଅ ମାଡ଼ ଘଟଣାରେ ଜିଲ୍ଲାପାଳ ଙ୍କ ତଦନ୍ତ ରିପୋର୍ଟ ଆସିଲାନି।  ଚିକିଟି ମଦ ମୃତ୍ୟୁ ଘଟଣାରେ RDC ତଦନ୍ତ ରିପୋର୍ଟ ଆସିଲାନି ଏଯାଏ।  ମୋ ନିର୍ବାଚନ ମଣ୍ଡଳୀ ର ଗୋଟିଏ ଘଟଣାରେ fir ଦିଆଯାଇଛି କିନ୍ତୁ ଦୋଷୀ ବୁଲୁଛନ୍ତି,  ପୋଲିସ ନୀରବ। ରାଜ୍ୟ ସାରା ସବୁଠି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ। ଉପରୁ order ଅଛି କି go slow ବୋଲି। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଉଠାଇଲେ ପ୍ରସଙ୍ଗ।