ଜିଆଇ ଟ୍ୟାଗ୍ ପାଇବା ପରେ ନଭେମ୍ବର ୧୪ରେ‘ରସୋଗୋଲା ଦିବସ’ ପଳନ କରିବ ପଶ୍ଚିମ ବଙ୍ଗ

(ରିପୋର୍ଟସ ଟୁଡ଼େ): ନଭେମ୍ବର ୧୪ ତାରିଖ ଦିନକୁ ‘ରସୋଗୋଲା ଦିବସ’ ରୂପେ ପାଳିବାକୁ ପଶ୍ଚିମବଙ୍ଗ ସରକାର ସ୍ଥିର କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ରାଜ୍ୟର ପ୍ରସିଦ୍ଧ ମିଷ୍ଠାନ୍ନ ‘ବେଙ୍ଗଲ୍ର ରସୋଗୋଲା’ ଭାବେ ଜିଆଇ ଟ୍ୟାଗ୍ ବା ଭୌଗୋଳିକ ମାନ୍ୟତା ପାଇବାର ପ୍ରଥମ ବାର୍ଷିକ ଅବସରରେ ଏହି ଦିବସ ପାଳନ କରିବାକୁୂ ଯାଉଛି ।

ଏହି ଅବସରରେ ନିୟୁ ଟାଉନ୍ ଅଞ୍ଚଳର ଇକୋ ପାର୍କରେ ସ୍ଥାପତି ‘ମିଷ୍ଠାନ୍ନ ନାଭିଚକ୍ର’ ବା ‘ସୁଇଟ୍ମିଟ୍ ହବ୍’ର ବିଭିନ୍ନ ଷ୍ଟଲ୍ଗୁଡ଼ିକରେ ନାନା ପ୍ରକାରର ରସୋଗୋଲା ପ୍ରଦର୍ଶନ କରାଯିବ ବୋଲି ହିଡ୍କୋ ଅଧ୍ୟକ୍ଷ ଦେବାଶିଷ ସେନ୍ ଗଣମାଧ୍ୟମକୁ କହିଛନ୍ତି।ଏ ବର୍ଷ ଜୁଲାଇ ୫ ତାରିଖ ଦିନ ଖୋଲିଥିବା ‘ମିଷ୍ଠାନ୍ନ ନାଭିଚକ୍ର’ ହେଉଛି ରାଜ୍ୟରେ ମାତ୍ର ଗୋଟିଏ। ପାରମ୍ପରିକ ମିଠା ନିର୍ମାତାଙ୍କ ସମେତ ସେଠାରେ ବହୁ ନାମଜାଦା ମିଠା ନିର୍ମାତା ଦୋକାନ ଖୋଲିଛନ୍ତି।ସେଠାରେ ରସୋଗୋଲାର ଇତିହାସ ସମ୍ପର୍କରେ ମଧ୍ୟ ଆଲୋଚନା କାରାଯିବ ବୋଲି ସେନ୍ କହିଛନ୍ତି।

ଗତବର୍ଷ ନଭେମ୍ବର ୧୪ ତାରିଖ ଦିନ ‘ବେଙ୍ଗଲର୍ର ରସୋଗୋଲା’ ପାଇଁ ଜିଆଇ ଟ୍ୟାଗ୍ ପାଇଥିଲା। ନିର୍ଦ୍ଦିଷ୍ଟ କୌଣସି ଜିନିଷର ସୃଷ୍ଟିର ସ୍ଥାନ ଚିହ୍ନଟ କରବାକୁ ଜିଆଇ ଟ୍ୟାଗ୍ ଦିଆଯାଇଥାଏ।