(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ପ୍ରବାହିତ ଗୋପ – ନିମାପଡ଼ା ବ୍ରାଞ୍ଚ କେନାଲର ଗୋଲଇଛକ ଠାରେ ଜଣେ ବୃଦ୍ଧା ଭାସି ଆସିବାର ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀ କୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ବୃଦ୍ଧାଙ୍କୁ କେନାଲ ରୁ ଉଧାର କରି ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ବୃଦ୍ଧା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବ୍ୟକ୍ତି କୁ ଯବତ କରିବାସହ ଘଟଣାର ତଦନ୍ତ ଚଳାଇଛି।