ଆମାଜନରେ ନିର୍ମାଲ୍ୟ ଘଟଣା ; ପୁରୀ ସିଂହ ଦ୍ୱାର ଥାନାରେ ଏତଲା

ପୁରୀ– ଆମାଜନରେ ଶ୍ରୀ ମନ୍ଦିରର ନିର୍ମାଲ ବିକ୍ରିକୁ ନେଇ ଶ୍ରୀ ମନ୍ଦିରର ପ୍ରଶାସନ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ମହାପ୍ରଭୁଙ୍କ ମହାପ୍ରସାଦକୁ ଏଭଳି ଭାବରେ ବିକ୍ରି କରାଯିବାକୁ ନେଇ ପୁରୀ ସେବାୟତଙ୍କ ମନରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଆମାଜନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିବେଦନ କରିଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିରର ଆଇନର ଧାରା ୩୦ (A) ଆଇପିସି ୧୦୯ ଓ ୨୯୫ ରେ ମମାଲା ରୁଜୁ କରିବାକୁ ଅନୁରୋଧ କରାଯାଇଛି । ନିର୍ମାଲ୍ୟକୁ ଭକ୍ତ ମାନେ ମହାପ୍ରସାଦ ଭାବେ ଗ୍ରହଣ କରୁଥିବାବେଳେ ଆମାଜନ ଏହାକୁ ମନ୍ଦିର ପ୍ରଶାସନର ଅଜାଣତରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ୧୦ ଟଙ୍କା ନିର୍ମାଲ୍ୟକୁ ଆମାଜନ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ଜଣାପଡିଛି ।