ପରଲୋକରେ ବାଜାଜ୍‌ ଅଟୋର ସଂସ୍ଥାପକ ରାହୁଲ ବାଜାଜ

ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ବାଜାଜ୍‌ ଅଟୋର ସଂସ୍ଥାପକ ରାହୁଲ ବାଜାଜ ।

(ଦିଲ୍ଲୀ) : ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ବାଜାଜ୍‌ ଅଟୋର ସଂସ୍ଥାପକ ରାହୁଲ ବାଜାଜ । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବେ ବେଳେ ସେ ଫ୍ନେଉମୋନିଆ ରୋଗରେ ପୀଡ଼ିତ ଥିଲେ । ଗତ ମାସେ ହେବ ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଦିନ ୨ଟା ୩୦ ତାଙ୍କର ମୃତ୍ୟୁ ଘଟିଛି ବୋଲି ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ୧୯୩୮ ଜୁନ୍‌ ୧୦ ତାରିଖରେ ରାହୁଲ ବାଜାଜ ଜନ୍ମ ଗ୍ରହଣ କରିଥିଲେ। ବାଜାଜ୍‌ ଗ୍ରୁପରେ ସେ ୪୦ ବର୍ଷ ଧରି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ୨୦୦୧ରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଶଣରେ ସମ୍ମାନିତ କରାଯାଇଥିଲା। ରାହୁଲ ବାଜାଜ ମଧ୍ୟ ରାଜ୍ୟସଭାର ସଦସ୍ୟ ଭାବେ ସେବା ଯୋଗାଇଛନ୍ତି।