ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫ ରୁ ସାନ ଖେମୁଣ୍ଡି ବ୍ଲକ ପୋଡାମାରୀ ଚୈତନ୍ୟ ବିଦ୍ୟା ପୀଠରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି। ପୋଡ଼ାମାରି ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମୀରାବାଇ ପଣ୍ଡା ପାୱାର ପଏଣ୍ଟ ପ୍ରେଜେଣ୍ଟା ଶେନ ମାଧ୍ୟମରେ ତମାଖୁର ଅପକରିତା ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇବା ସହିତ ମୁଖ ଗହ୍ଵର କର୍କଟ ଏବଂ ଫୁସଫୁସ କର୍କଟ ସମ୍ୱନ୍ଧରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। କେବେବି ତମାଖୁ ଦ୍ରବ୍ୟ ସେବନ ନ କରିବା ପାଇଁ ପିଲାଙ୍କୁ ଶପଥ ପାଠ ମଧ୍ୟ କରାଇବା ସହିତ ତମାଖୁ ସତର୍କତା ସାଇକେଲ ରାଲି ଅନୁଷ୍ଠିତ କରାଯାଇଥିଲା । ବିଦ୍ୟାଳୟ ପରିସର ତମାଖୁ ମୁକ୍ତ ପରିବେଶ ଥିବାରୁ ତମାଖୁ ମୁକ୍ତ ବିଦ୍ୟାଳୟ ପୁରସ୍କାର ସ୍ୱରୂପ ଟ୍ରଫି ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଓ ପ୍ରଧାନ ଶିକ୍ଷକ ଟୁକୁନା ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।।