ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ସୋନପୁର ଜିଲ୍ଲା ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ସୋନପୁର ସାମ୍ବାଦିକ ସଂଘର ସଭାପତି ଗୋରେଖ ନାଥ ସାହୁ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୁଦନ ମିଶ୍ର ଉପସ୍ଥିତ ରହି ଦୈନିକ ସାମ୍ବାଦ ପତ୍ର ଲୋକଙ୍କ ପାଖକୁ ପହଞ୍ଚିବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିଦ୍ଧେଶକ ସୁଯ୍ୟ ନାରାୟଣ ଦାସ ,ଆଡ଼ସିନାଲ୍ ଏସପି ରମେଶ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ। ସଭା ଶେଷରେ ଲୋକସମ୍ପର୍କ ସୁଚନା ଅଧିକାରୀ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।