ନ୍ୟୁୟର୍କ: ୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବା ନାସା କରିଛି ଯୋଜନା | କିଛି ବିଶେଷଜ୍ଞ ବିଶ୍ୱାସ ରହିଛି ନାସା ଯେଉଁ ଲକ୍ଷ୍ୟ ରଖିଛି ତାହା ହାସଲଯୋଗ୍ୟ। ନାସାର ଯୋଜନା ହେଉଛି ଚନ୍ଦ୍ରକୁ ଏକ ଥ୍ରିଡି ପ୍ରିଣ୍ଟର ପଠାଇବା ଏବଂ ତା’ପରେ ଗୃହ ନିର୍ମାଣ କରିବା।
ଏହି ପ୍ରିଣ୍ଟର ଚନ୍ଦ୍ରପୃଷ୍ଠର ଉପର ସ୍ତରରୁ ପଥର ଚିପ୍ସ ଏବଂ ଖଣିଜ ଖଣ୍ଡରେ ନିର୍ମିତ କଂକ୍ରିଟ ବ୍ୟବହାର କରିବ ବୋଲି ନାସାର ଟେକ୍ନୋଲୋଜି ପରିପକ୍ୱତା ନିର୍ଦ୍ଦେଶକ ନିକି ୱେରଖାଇଜର କହିଛନ୍ତି। ମହାକାଶ ଏଜେନ୍ସି ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବିଶ୍ୱବିଦ୍ୟାଳୟ ଓ ଘରୋଇ କମ୍ପାନି ସହିତ ଭାଗିଦାରୀ ଉପରେ ନିର୍ଭର କରୁଛି।