ଆନ୍ଦୋଳନ ଜାରି ରଖିବ ନବ ନିର୍ମାଣ କୃଷକ ସଂଗଠନ

(ରିପୋର୍ଟସ ଟୁଡେ): ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଆନ୍ଦୋଳନ ଜାରି ରଖିବ ନବ ନିର୍ମାଣ କୃଷକ ସଂଗଠନ। ଏ ସମ୍ପର୍କରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଆସନ୍ତା ୧୨ ତାରିଖରେ ସମସ୍ତ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ କରାଯିବ। ୧୫ ତାରିଖରେ ସମସ୍ତ ଥାନା ଆଗରେ ଚାଷୀମାନେ ଧାରଣା ଓ ସତ୍ୟାଗ୍ରହ କରିବେ। ଆଉ ୧୫ ତାରିଖ ପରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ ବୋଲି ଅକ୍ଷୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।ତେବେ ଚାଷୀଙ୍କ ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟି ସହ ଆଲୋଚନା ପାଇଁ ସେ ସର୍ତ୍ତ ରଖିଛନ୍ତି।୩୬ ଲକ୍ଷ କୃଷକଙ୍କ ପାଇଁ ୨୧ ହଜାର ୬ ଶହ କୋଟିର ସୁରକ୍ଷା ଭତ୍ତା ଦାବି କରିଛନ୍ତି। ଏଥିସହ ସୁରକ୍ଷା ଭତ୍ତା ନେଇ ସରକାର ଅଧ୍ୟାଦେଶ ଆଣି ଆଲୋଚନାକୁ ଡାକନ୍ତୁ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ କମିଟି ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କୃଷିମନ୍ତ୍ରୀ।