(ଗୋଲାପ ସାହୁ)କଳାହାଣ୍ଡି: ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିଂଝରଣ ଗାଁରେ ୨ ଶିଶୁଙ୍କ ସହ ମା’ର ମୃତଦେହ ଉଦ୍ଧାର ହୋଇଛି । ୨ ଶିଶୁଙ୍କ ମୃତ ଦେହ ଘର ଭିତରେ ପଡ଼ିଥିବାବେଳେ ମାଆର ଶବ ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଛି ।
ସୂଚନାନୁଯାୟୀ ନିଜ ଜନ୍ମ କଲା ମା ଦୁଇ ପୁଅକୁ ସ୍ୱାମୀର ଅନୁପସ୍ଥିତରେ ଗଳା କାଟି ହତ୍ୟା କରି ପରେ ନିଜେ ମା ରେଳ ଧାରଣା ରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦୁଇ ପୁଅ ରବିନ୍ଦ୍ର ମାଝି (୪) ଦୁଷ୍ମନ୍ତ ମାଝି (୬) ଓ ମୃତକ ମା ହେଲେ ବିମଳା ମାଝି । ଏନେଇ ପରିବାର ବର୍ଗ ହତ୍ୟା ସନ୍ଦେହ କରୁଥିବା ବେଳେ ଭବାନୀପାଟଣା ସଦରଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ବିମଳା ନିଜେ ଦୁଇ ପୁଅଙ୍କୁ ମାରି ଆତ୍ମହତ୍ୟା କରିଛନ୍ତି କି ଆଉ କିଏ ଏଥିରେ ସଂପୃକ୍ତି ଅଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।