କଣ୍ଟିଲୋ ଅଞ୍ଚଳରୁ ୧ କେଜିରୁ ଉର୍ଦ୍ଧ ଧଳା ଜହର ଜବତ

ନୟାଗଡ଼: ଧରା ହେଲା ଧଳା ଜହର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ନାରାୟଣୀ ପୀଠରେ ଏସଟିଏଫ ଟିମ୍ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିବା ସହିତ ଏକ କେଜି ୧୯୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହିତ ଧଳାଜହର ବେପାର କରୁଥିବା ଅଭିଯୋଗରେ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଛାମୁସାହିପାଟଣା ଗ୍ରାମର ହର ପ୍ରସାଦ ପୃଷ୍ଟିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଏସଟିଏଫ ଟିମ। ଭୁବନେଶ୍ୱରରୁ ଆସିଥିବା ଏହି ଟିମ୍ ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାର ଉପରେ କଡ଼ା ନଜର ରଖିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟାରେ ମା ନାରାୟଣୀ ପୀଠରେ ଚଢ଼ାଉ ପରେ ମାଫିଆକୁ ମାଡ଼ିବସିଥିଲା ଏସଟିଏଫ ଟିମ୍।