ମୋଦିଙ୍କ କାର୍ଯ୍ୟସୂଚିରେ ପରିବର୍ତନ : ୨ରେ ଓଡ଼ିଶା ଆସିବେ ମୋଦି

(ରିିପୋର୍ଟସ ଟୁଡ଼େ/ ଭୁବନେଶ୍ୱର ) : ଆସନ୍ତା ୧ ନୁହେଁ ୨ରେ ଓଡିଶା ଗସ୍ତରେ ଆସିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ୨ରେ ମୋଦି କଳାହାଣ୍ଡି ନିର୍ବାଚନ ସଭାରେ ଯୋଗ ଦେବେ ବୋଲି ଗୋଲକ କହିଛନ୍ତି । ଏହାପୂର୍ବରୁ ମୋଦି ୧ ତାରିଖରେ କଳାହାଣ୍ଡି ନିର୍ବାଚନ ସଭାରେ ଯୋଗ ଦେବେ ବୋଲି କାର୍ୟ୍ୟକ୍ରମ ସ୍ଥିର କରାଯାଇଥିଲା । କଳାହାଣ୍ଡି ଆସିବା ପୂର୍ବରୁ ମୋଦି ଆସନ୍ତା ୨୯ ତାରିଖରେ ଜୟପୁର ନିର୍ବାଚନ ସଭାରେ ଯୋଗ ଦେବା ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ।
ମୋଦିଙ୍କ ବଦଳରେ ଆସନ୍ତା ୧ ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ପାରଳାଖେମୁଣ୍ଡି ଓ ଉମରକୋଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ଅମିତ ।