ଦିଲ୍ଲୀ ନିର୍ବାଚନ ମତଦାନ: ନିର୍ବାଚନ ରଣକୁ ଓହ୍ଲାଇବେ ମୋଦୀ

(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଳୀ ): ଦିଲ୍ଲୀ ନିର୍ବାଚନ ମତଦାନ ପାଇଁ ଏକ ସପ୍ତାହ ବାକି ରହିଛି । ସବୁ ରାଜନୈତିକ ଦଳ ନିଜର ସବୁ ଶକ୍ତି ପ୍ରଚାରରେ ଲଗାଉଛନ୍ତି । ଏବେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ରଣକୁ ଓହ୍ଲାଇବାକୁ ଯାଉଛି । ପିଏମ ମୋଦୀ ଫେବ୍ରୁଆରୀ ୩ରେ ପୂର୍ବ ଦିଲ୍ଲୀ ଏବଂ ଫେବ୍ରୁଆରୀ ୪ରେ ଦ୍ୱାରକାରେ ରାଲିକୁ ସମ୍ୱୋଧନ କରିବେ ।
ଯଦିଓ, ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂହଙ୍କ ପରି ବରିଷ୍ଠ ନେତା ପୂର୍ବରୁ ହିଁ ପ୍ରଚାରରେ ଲାଗିଛନ୍ତି । କିନ୍ତୁ ପିଏମ ମୋଦୀ ବର୍ତ୍ତମାନ ସୁଦ୍ଧା କୌଣସି ରାଲିକୁ ସମ୍ୱୋଧିନ କରିନାହାନ୍ତି । ବଜେଟ ପରେ ତାଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଯିବ ।