(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କାମ କରିପାରିବେ ଲକଡାଉନ ପାଇଁ ଓଡିଶାରେ ଫସିରହିଥିବା ଶ୍ରମିକ । ଯାହାକି ଫସିରହିଥିବା ଶ୍ରମିକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ଏବେ ରାଜ୍ୟ ଭିତରେ ଯେ କୌଣସି ସ୍ଥାନରେ କାମ କରିପାରିବେ । ଏଥିପାଇଁ ଶ୍ରମିକମାନେ କାମ କରୁଥିବା ସଂସ୍ଥା ଓ ଠିକାଦାର ସେମାନଙ୍କୁ ନେବା ଆଣିବା କରିପାରିବେ । ଯାହାକି ଶ୍ରମିକଙ୍କୁ ନେବା ଆଣିବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ପାସ ଦେବେ ।ଏହାସହ ଶ୍ରମିକମାନଙ୍କୁ ନେବା ଆଣିବା କରିବା ଲାଗି ଠିକାଦାରମାନେ ବସର ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ଯେଉଁ ବସରେ ଶ୍ରମିକ ପରିବହନ ପାଇଁ ନିୟୋଜିତ ହେଇଥିଲେ ସେହି ବସକୁ ମାସିକ ଟକସ ଛାଡ ମିଳିବ । ଏହାଛଡା ରାଜ୍ୟରେ ୧୬ ହଜାର ଶ୍ରମିକ ୧୪ ଦିନ କ୍ୱାରେଣ୍ଟାଇନ ପୂରଣ କରିସାରିଛନ୍ତି । ସେମାନଙ୍କୁ ଆଉ କ୍ୱାରେଣ୍ଟାଇନରେ ନ ରଖିବାକୁ ସରପଞ୍ଚମାନେ ବାଧ୍ୟ କରିପାରିବେ ନାହିଁ । ଯେଉଁ ଯାଗାରେ କାମ କରିବେ ମାସ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଶ୍ରମିକଙ୍କ ପ୍ରତିଦିନ ଯିବା ଆସିବା ନେଇ ଜିଲ୍ଲା ଶ୍ରମ ଅଧିକାରୀ ବିସ୍ତୃତ ତଥ୍ୟ ରଖିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ।