ବର୍ଷା ନେଇ ଆଗାମୀ ୫ଦିନ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ଭୀଷଣ ବର୍ଷା ନେଇ ଆଶଙ୍କା ।ଆଗାମୀ ୫ଦିନ ପାଇଁ ସତର୍କତା ଜାରି କରିଛନ୍ତି ପାଣିପାଗ ବିଭାଗ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଡକୁ ଗତି କରିବା ସହ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା । ସେପଟେ ଦିନେ କି ଦୁଇ ଦିନ ମଧ୍ୟରେ ଓଡିଶାକୁ ଆସିବ ମୌସିମୀ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଚଳିତ ବର୍ଷ ୧୭ ଦିନ ପୂର୍ବରୁ ମୌସୁମୀ ଓଡିଶା ଆସୁଛି ।ପ୍ରବଳ ବର୍ଷା ପାଇଁ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି ।