ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ୫ ମୃତ, ଶତାଧିକ ଫସିଲେ

ୱାୟନାଡ : କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ ଘଟିଛି। ଏଥିରେ ୧୦୦ ରୁ ଅଧିକ ଲୋକ ମାଟି ତଳେ ଫସି ରହିଛନ୍ତି । ଲୋକଙ୍କୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟ । ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ପ୍ରାୟ ୨ ଟା ସମୟରେ ପ୍ରଥମ ଭୂସ୍ଖଳନ ଘଟିଛି। ଏହା ପରେ ସକାଳ ପ୍ରାୟ ୪.୧୦ ସମୟରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଭୂସ୍ଖଳନ ହେତୁ ୧୦୦ ରୁ ଅଧିକ ଲୋକ ମାଟି ତଳେ ଫସି ରହିଥିଲେ ଏବଂ ସେମାନଙ୍କ ଉଦ୍ଧାର କାର୍ୟ୍ୟ ଚାଲିଛି।

ଭୂସ୍ଖଳନ ଯୋଗୁ ୧୬ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଓ୍ୱାଇନାଡର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।