ବ୍ୟୁରୋ : ବୈବାହିକ ଦୁଷ୍କର୍ମକୁ ଅପରାଧରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ । ଏନେଇ ଅନ୍ୟ ଦଣ୍ଡ ବ୍ୟବସ୍ଥା ରହିଛି । ଏହି ସମ୍ବନ୍ଧୀୟ ଆବେଦନ ଶୁଣାଣୀ ସମୟରେ ସୁପ୍ରିମକୋର୍ଟଙ୍କୁ ଏଭଳି କିଛି କହିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠରେ ବୈବାହିକ ଦୁଷ୍କର୍ମକୁ ଅପରାଧ ବୋଲି ଘୋଷଣା କରିବା ପାଇଁ ଦାବି ହେଉଥିôବା ଆବେଦନ ଗୁଡିକୁ ବିରୋଧ କରାଯାଇଛି । ଏହି ପ୍ରସଙ୍ଗଟି ଆଇନଗତ ପ୍ରସଙ୍ଗ ଅପେକ୍ଷାରତ ଅଧିକ ସାମାଜିକ ପ୍ରସଙ୍ଗ । ଏହାର ପ୍ରଭାବ ସମାଜ ଉପରେ ପଡିବ । ଏଥି ସହ ବିକଳ୍ପ ଭାବରେ ମଧ୍ୟ ଉପଯୁକ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ସରକାର କହିଛନ୍ତି, ମହିଳା ଏବଂ ଘରୋଇ ହିଂସା ଆଇନ,୨୦୦୫ ମଧ୍ୟ ଏକ ଅନ୍ୟ ଆଇନ ଯାହା ବିବାହିତ ମହିଳାଙ୍କୁ ସାହାଯ୍ୟ କରିପାରିବ । କେନ୍ଦ୍ର ଏହା ମଧ୍ୟ ମତ ରଖିଛି ଯେ, ଯେହେତୁ ବୈବାହିକ ଦୁଷ୍କର୍ମ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏନେଇ ଯେଉଁ ନିଷ୍ପତ୍ତି ହେବ ସେଥିରେ ସମସ୍ତ ରାଜ୍ୟର ସରକାରଙ୍କ ମତାମତ ଗ୍ରହଣ କରାଯିବ ।