(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ସ୍ୱାଭିମାନ ଅଂଚଳରେ ମାଓ ପୋଷ୍ଟର । ମାଲକାନଗିରିର ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । ଗତ ୨୫ ତାରିଖରୁ ମାଲକାନଗିରି ଜିଲ୍ଲା ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ଗାଁର ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ପୋଲିସ ଓ ପ୍ରଶାସନଠାରୁ ଗାଁ ଲୋକ ଦୁରେଇ ରହିବାକୁ ମାଓବାଦୀଙ୍କ ପୋଷ୍ଟର ଲାଗିଛି । ପୋଷ୍ଟରରେ ଗାଁ ଲୋକଙ୍କୁ ମାଓବାଦୀ ହତ୍ୟା ଧମକ ଦେଇଥିବା ଉଲ୍ଲେଖ ରହିଛି । କେବଳ ଏତିକି ନୁହେଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଓ ବିରୋଧୀ ପୋଷ୍ଟର ଲାଗିଛି । ବିକାଶରେ ମାଓବାଦୀ ମୁଖ୍ୟ ପ୍ରତିବନ୍ଧକ ସାଜୁଥିବା ପୋଷ୍ଟରରେ ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଜଣେ ମାଓବାଦୀଙ୍କୁ ସ୍ୱାଭିମାନ ଅଂଚଳର ଏକ ଗାଁ ଲୋକ ପିଟିପିଟି ହତ୍ୟା କରିଥିଲେ । ସେହିଦିନଠାରୁ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।