ଜବାନଙ୍କ ଉପରେ ପୁଣି ନକ୍ସଲଙ୍କ ହାମଲା

(ରିପୋର୍ଟସଟୁଡେ) : ଆସନ୍ତା ନଭେମ୍ବର ୧୨ ତାରିଖ ଦିନ ପ୍ରଥମ ପର୍ୟ୍ୟାୟ ନିର୍ବାଚନକୁ ସାମନା କରିବାକୁ ଯାଉଥିବା ଛତିଶଗଡ଼ରେ ଆଜି ପୁଣି ଥରେ ନକ୍ସଲ ବାହିନୀ ଘଟାଇଛନ୍ତି ବର୍ବର କାଣ୍ଡ। ନିର୍ବାଚନ କାର୍ୟ୍ୟରେ ମୁତୟନ ହୋଇଥିବା ଏକ ବସ୍‌କୁ ଦାନ୍ତେଓ୍ଵାଡ଼ା ଜିଲ୍ଲା ଅର୍ନ୍ତଗତ ବାଚିଲିରେ ଆଜି (ଗୁରୁବାର) ମଧ୍ୟାହ୍ନରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇ ଉଡ଼ାଇ ଦେଇଛନ୍ତି। ଏକ ପାହାଡ଼ିଆ ରାସ୍ତାର ବୁଲାଣିରେ ବସ୍‌ଟି ଯାଉଥିବା ବେଳେ ନକ୍ସଲମାନେ ଏହା ଉପରେ ଆଇଇଡି ବିସ୍ଫୋରଣ କରିଥିବା, ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଏହି ବିସ୍ଫୋରଣରେ ଜଣେ ସିଆଇଏସ୍‌ଏଫ୍‌ ଯବାନ ସହିଦ୍‌ ହୋଇଥିବା ବେଳେ ଅନ୍ୟ ୪ ଜଣ ସାଧାରଣ ନାଗରିକଙ୍କ ମୁତ୍ୟୁ ହୋଇଯାଇଛି। ଏଥିସହ ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୨ ଜଣ ସିଆଇଏସ୍‌ଏଫ୍‌ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।