ବିଜେପି ଶାସିତ ରାଜ୍ୟ ଗୁଡିକରେ ବିଷ ଓଗାଳିବେ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ । ଆସନ୍ତା ବର୍ଷ ଅର୍ଥାତ ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତାହା ପୂର୍ବରୁ ମମତା ବାନାର୍ଜୀ ୨୦୨୫ ଜୁଲାଇ ୧୬ରେ ଏକ ପ୍ରତିବାଦ ରାଲି କରିବେ । ଯେଉଁଥିରେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗୀୟମାନଙ୍କ ପ୍ରତି ନିରନ୍ତର ଅତ୍ୟାଚାର ଏବଂ ଭେଦଭାବ ବିରୁଦ୍ଧରେ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ସରକାର ଦ୍ୱାରା ଏହି ପ୍ରତିବାଦ ରାଲି ଘୋଷଣା କରାଯାଇଛି।

ଗୋଟିଏ ପଟେ ରାଜ୍ୟରେ ବିଜେପି ଲଗାତାର ମମତା ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରୁଛି। ସେହି ସମୟରେ ଏବେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ବିରୁଦ୍ଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଏହି ପ୍ରତିବାଦ ରାଲି କୋଲକାତାର କଲେଜ ସ୍କୋୟାରରୁ ଆରମ୍ଭ ହୋଇ ଡୋରିନା କ୍ରସିଂରେ ଶେଷ ହେବ। ରାଲିର ନେତୃତ୍ୱ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତୃତ୍ବ ନେବେ।

ଅନ୍ୟ ରାଜ୍ୟରେ ବଙ୍ଗାଳୀମାନଙ୍କ ଉପରେ ହେଉଥିବା ନିର୍ୟାତନା ନେଇ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ୟ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକ ଉପରେ କଠୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟକୁ ଜଣେ ବଙ୍ଗାଳୀ ଯିବା କ’ଣ ଅପରାଧ ହୋଇଗଲାଣି? ସେଠାରେ ସେମାନଙ୍କର ବିଦ୍ୟୁତ୍ ଏବଂ ପାଣି ସଂଯୋଗ କାଟି ଦିଆଯାଏ। ପରିଚୟପତ୍ର ଥିବା ସତ୍ତ୍ୱେ, ସେମାନଙ୍କୁ ନାଗରିକ ଭାବରେ ବିବେଚନା କରାଯାଏ ନାହିଁ। ଏହା ଦେଶ, ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ବଙ୍ଗାଳୀମାନଙ୍କ ଭାଷାର ପରିଚୟ ଏବଂ ସମ୍ମାନ ଉପରେ ସିଧାସଳଖ ଆକ୍ରମଣ। ସେ କହିଛନ୍ତି ଯେ ପରିଚୟ ଆଧାରରେ ଓଡ଼ିଶା ଏବଂ ବଙ୍ଗଳାର ଲୋକଙ୍କୁ ଟାର୍ଗେଟ କରାଯାଉଛି। ଏସବୁ ବିଷୟରେ କେନ୍ଦ୍ର ସରକାର ନୀରବ ବୋଲି ସେ ଅଭିଯୋଗ କରିଛନ୍ତି।