ମହିଳା ପ୍ରିମିୟର ଲିଗ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା। ଶ୍ରୀଲଙ୍କାର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ମହେଲା ଜୟବର୍ଦ୍ଧନେଙ୍କୁ ମିଳିଛି ନୂଆ ଦାୟିତ୍ୱ। WPL ୨୦୨୭ ପାଇଁ ତାଙ୍କୁ ଦଳର କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଫ୍ରାଞ୍ଚାଇଜ୍ ପକ୍ଷରୁ ସୋସିଆଲ ମିଡିଆରେ ଏନେଇ ଆଧିକାରିକ ଘୋଷଣା କରାଯାଇଛି।

ଏହା ପୂର୍ବରୁ ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଉଥିଲେ। ୨୦୨୬ ଆଇପିଏଲ୍ ସିଜନ୍ ପରେ ସେ ଏହି ପଦ ଛାଡ଼ିଥିଲେ। ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମହିଳା ଦଳ ସହ ଯୋଡ଼ି ହୋଇ ସେ ଦଳର ସମସ୍ତ କ୍ରିକେଟ୍ ସମ୍ବନ୍ଧୀୟ କାର୍ଯ୍ୟର ତଦାରଖ କରିବେ।

କୋଚିଂ କ୍ଷେତ୍ରରେ ଜୟବର୍ଦ୍ଧନେଙ୍କ ରହିଛି ବିପୁଳ ଅଭିଜ୍ଞତା। ତାଙ୍କ ମାର୍ଗଦର୍ଶନରେ ମୁମ୍ବାଇ ଇଣ୍ଡିଆନ୍ସ ତିନି ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି। ତେଣୁ ତାଙ୍କ ଅଭିଜ୍ଞତା ଦିଲ୍ଲୀ ମହିଳା ଦଳକୁ ନୂଆ ଦିଗ ଦେବ ବୋଲି ଆଶା ରଖିଛି ଫ୍ରାଞ୍ଚାଇଜ୍। ନୂଆ ଦାୟିତ୍ୱକୁ ନେଇ ଜୟବର୍ଦ୍ଧନେ ମଧ୍ୟ ବେଶ୍ ଉତ୍ସାହିତ। ବର୍ତ୍ତମାନର ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସହ ମିଶି କାମ କରିବା ସହ ଦଳର ଶକ୍ତି ବୃଦ୍ଧି ଏବଂ ପ୍ରଦର୍ଶନରେ ନିରନ୍ତରତା ଆଣିବା ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି।
