ବିଦେଶୀ କ୍ରିକେଟର୍, ହେଲେ ମନରେ ଭାରତୀୟ ସଂସ୍କୃତି ପ୍ରତି ଅଗାଢ଼ ଶ୍ରଦ୍ଧା!

ବିଦେଶୀ କ୍ରିକେଟର୍, ହେଲେ ମନରେ ଭାରତୀୟ ସଂସ୍କୃତି ପ୍ରତି ଅଗାଢ଼ ଶ୍ରଦ୍ଧା! ନିଜ ଜନ୍ମଦିନକୁ ଏମିତି ଏକ ନିଆରା ଢଙ୍ଗରେ ପାଳନ କଲେ ଅଷ୍ଟ୍ରେଲିଆର କ୍ରିକେଟର୍ କ୍ୟାମେରନ୍ ବାନକ୍ରଫ୍ଟ। ତାଙ୍କ ଜନ୍ମଦିନର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ନଭେମ୍ବର ୧୯ ତାରିଖରେ ୩୪ ବର୍ଷରେ ପାଦ ଦେଇଛନ୍ତି ବାନକ୍ରଫ୍ଟ। ଏହି ଅବସରରେ ସେ ଗେରୁଆ ରଙ୍ଗର ପାରମ୍ପରିକ କୁର୍ତ୍ତା ପିନ୍ଧିବା ସହ କପାଳରେ ଲାଲ୍ ତିଳକ ଲଗାଇଥିବା ଦେଖିବାକୁ ମିଳିଛି। ତାଙ୍କ ସାମ୍ନାରେ ଥିଲା ଜଳୁଥିବା ଦୀପ, କୁମକୁମ୍ ଓ ପୂଜା ସାମଗ୍ରୀ ଥିବା ଏକ ସୁନ୍ଦର ପୂଜା ଥାଳି। ପାଖରେ ଜନ୍ମଦିନ କେକ୍ ଓ ସ୍ପାର୍କଲର୍ସ ମଧ୍ୟ ରହିଥିଲା।

Bancroft's 34th birthday amid Sandpapergate allegations resurface

ବାନକ୍ରଫ୍ଟ ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କରଙ୍କ ଅନୁଗାମୀ। ଯୋଗ ଓ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଗଭୀର ଆଗ୍ରହ ରହିଛି। ନିଜ ଜନ୍ମଦିନର ଫଟୋ ସେୟାର କରି ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଇଛନ୍ତି। କ୍ରିକେଟ୍ ପଡ଼ିଆରେ ନୁହେଁ, ଏଥର ଭାରତୀୟ ପରମ୍ପରାକୁ ଆପଣାଇ ଚର୍ଚ୍ଚାରେ ଅଷ୍ଟ୍ରେଲୀୟ ଖେଳାଳି।