ଅଧ୍ୟାପକ ଡଃ ଜନ୍ମେଜୟ ଚୈଧୁରୀଙ୍କ ଲେଖନୀରୁ ‘‘ମହାଶକ୍ତି ମା’ଭଗବତୀ’’ ପୁସ୍ତକ

ବାଣପୁର / ସୁଧିର କୁମାର ପାତ୍ର: ଓଡ଼ିଶାର ପ୍ରଖ୍ୟାତ ପର୍ୟ୍ୟଟନସ୍ଥଳୀ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ । ମା’ ଭଗବତୀଙ୍କ ମହିମା ଓ ମନ୍ଦିରର ଇତିହାସ, ନୀତିକାନ୍ତି, ପର୍ବପର୍ବଣୀ, ଜାନିଯାତ କୁ ଆଧାର କରି ବହୁ ଲୋକ କଥା, କିମ୍ବଦନ୍ତୀ , ପୁରାଣ, ଇତିହାସରେ ରଚିତ ହୋଇଛି । ଏହାକୁ ନେଇ ମଧ୍ୟ ଓଡ଼ିଶାର ପ୍ରଖ୍ୟାତ ଇତିହାସ ଗବେଷକ, କାଇ ପଦର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଜନ୍ମେଜୟ ଚୈଧୁରୀ ତାଙ୍କ କଲାମ ଚାଳନା କରିଛନ୍ତି । ଆଜି ପବିତ୍ର ମଙ୍ଗଳବାରରେ ମା’ ଭାଗବତୀଙ୍କ ମହିମା, ମନ୍ଦିରର ଐତିହ୍ୟ, ସଂସ୍କୃତି ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ ଓ ବାଣପୁରରେ ଶାକ୍ତ ପରମ୍ପରା ସମ୍ବଳିତ ଅତି ସୁନ୍ଦର ଗବେଷଣା ଲୁକ୍କାୟିତ ତଥ୍ୟ ଭିତିକ ଉପାଦେୟ ପୁସ୍ତକ “ମହାଶକ୍ତି ମା’ ଭଗବତୀ”ଙ୍କ ନାମରେ ନାମିତ ପୁସ୍ତକଟିକୁ ଆଣି ଆଜି ମା’ଙ୍କ ପୂଜାର୍ଚ୍ଚନା ପୂର୍ବକ ଚରଣାର ବିନ୍ଦରେ ସମର୍ପିତ କରି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ୟ୍ୟାଳୟର କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତବାଳମୁକୁନ୍ଦ ଦାସ, ମା’ଙ୍କ ମୁଖ୍ୟ ପୂଜକ ପଣ୍ଡିତ କୃତିବାସ ପରିଚ୍ଛା ସାଆନ୍ତ, ଅଙ୍ଗଲାଗି ସେବକ ଭାସ୍କର ନାୟକ, ମନ୍ଦିର ପାଞ୍ଜିକାର ରତ୍ନାକର ଖଡିରତ୍ନଙ୍କ କରକମଳରେ ଲୋକାର୍ପିତ କରିଛନ୍ତି। ମୟୂର ଝାଲିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସହଦେବ ନାୟକ ଏହି କାର୍ୟ୍ୟକ୍ରମକୁ ସଂପାଦନ କରିଥିବାବେଳେ ମନ୍ଦିର ର ବହୁ ନିଯୋଗୀ ସେବାୟତ, ପାଳିଆ ମାଳି ଅକ୍ଷୟ ନାୟକ ପୁସ୍ତକଟିର ଲୋକା ଦ୍ରୁତି କାମନା କରି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ସମୂହ ପ୍ରାର୍ଥନା କରିଛନ୍ତି । ବହୁ ସଂଗୃହୀତ ତଥ୍ୟରେ ପରିପୂର୍ଣ୍ଣ ଏହି ପୁସ୍ତକଟି ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ଏବଂ ମା’ଙ୍କ ସଂପର୍କରେ ଜାଣିବାକୁ ଚାହୁଁ ଥିବା ଶ୍ରଦ୍ଧାଳୁମାନଙ୍କ ମନରେ ସୃଷ୍ଟି ହେଉଥିବା ଉତ୍ସାହ କୁ ନିଶ୍ଚୟ ପରିପୂର୍ଣ୍ଣ କରିବ ବୋଲି ଆଶା କରାଯାଉଛି ।