ମହାବୀର ର ରହସ୍ୟ ଜନକ ମୃତ୍ୟୁ,ତଦନ୍ତ ପାଇଁ ପହଁଚିଲେ ଏନଟିସିଏ କର୍ତ୍ତୁପକ୍ଷ

(ରିପୋର୍ଟସ ଟୁଡେ) କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ ‘ ମହାବୀର’ର ମ୍ୟତ୍ୟୁ ସହିତ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି ସାତକୋଶିଆ ବ୍ୟାଘ୍ରପ୍ରକଳ୍ପ । ତେବେ ମହାବୀର ର ରହସ୍ୟଜନକ ମୃତ୍ୟୁ ଘଟରାରତଦନ୍ତ ପାଇଁ ଆଜି ସକାଳେ ଅନୁଗୁଳଠରେ ପହଞ୍ଚିଛନ୍ତି ଏନଟିସିଏ ଓ ଡବ୍ଲ୍ୟୁ ଆଇଆଇ କର୍ତ୍ତୃପକ୍ଷ ।
ସାତକୋଶିଆ ବ୍ୟାଘ୍ର ଅଭୟ୍ୟାରଣ୍ୟରେ ବାଘ ବଂଶ ବୃଦ୍ଧିି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ( ଏନଟିସିଏ) ଯେଉଁ ଯୋଜନା କରିଥିଲେ ତାକୁ ଶକ୍ତ ଝଟକା ଲାଗିଛି। କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଯୁବ ମହାବଳ ବାଘ ‘ ମହାବୀର’ ଗତ ବୁଧବାର ଦିନ ଅତି ରହସ୍ୟଜନକଭାବେ ମୃତ୍ୟୁବରଣ କରିଛି। ଏଥିପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପ୍ରତି ଅନିଶ୍ଚିତତା ଦେଖାଦେଇଥିବା ବେଳେ କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ଜଙ୍ଗଲୀ ରାଜା ‘ମହାବୀରର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାର ତଦନ୍ତ ପାଇଁ ଆଜି ଅନୁଗୁଳରେ ଆସି ପହଞ୍ଚିଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଓ ଓ୍ଵାଇଲ୍ଡ ଲାଇଫ ଇଷ୍ଟିଚ୍ୟୁଟ୍‌ (ଡବ୍ଲ୍ୟୁ ଆଇଆଇ ) ର ଡାକ୍ତର।