(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର ଜାଲୋଏ ପଞ୍ଚାୟତର ମାହେଶ୍ୱରି ପିଠରେ ଶୋଳପୁଜା । ଶକ୍ତି ପିଠିରେ ୫୨ ତମ କୁମାର ପୁଣ୍ଣିମା ଯାତ୍ରା ପାଇଁ ଏବେ ଚଳ ଚଞ୍ଚଳ ହୋଇପଡିଛି । ଅଶ୍ୱିନୀ ପୁନୀ ଶୋଳ ପୁଜା ଯାତ୍ରା ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରି ଙ୍କ ପିଠରେ ପୁଜା ପାଉଛନ୍ତି। ପାରିମ୍ଫାରିକ ରୀତିନୀତି ଅନୁସାରେ ଦେବୀ ଙ୍କ ପୂଜା ଆରଧନା ଢୋଲ, ନିସାନ ,ସହିତ ପୂଜା ହେଉଥିବାରୁ ଯାତ୍ରା ପଡିଆଠାରେ ଲୋକାରଣ୍ୟ ହୋଇଥିଲା।ଭଳିକି ଭଳୀ ଦୋକାନ ବଜାରରେ ଭରପୂର ଥିବାବେଳେ ଛୁଆଙ୍କ ଠାରୁ ବୁଢ଼ା ପଯ୍ୟନ୍ତ ସଭିଏଁ ମଜା ନେଉଥିବା ଦେଖିବାକୁ ମିଳିଛି । ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ଦିନବନ୍ଧୁ ବଘାର ,ନାରାୟଣ ପାତ୍ର, ସୁବାଷ ଚନ୍ଦ୍ର ସାହୁ, ସଭାପତି ସଞୟ ବଘାର, ସପାଦକ ଦିଲିପ ଗୁରୁ,ପୁଜକ ବୄନ୍ଦାବନ ବଡ଼ପଣ୍ଡା, ଉପସ୍ଥିତ ରହିଥିଲେ।