ଏଲଜି ପକ୍ଷରୁ ଗ୍ରାହକଙ୍କ ପାଇଁ ଦୀପାବଳୀ ଅଫର ଘୋଷଣା

(ରିପୋର୍ଟସ ଟୁଡ଼େ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ପର୍ବକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥା ପକ୍ଷରୁ ଗ୍ରାହକଙ୍କୁ ଆର୍କଷଣୀୟ ଅଫର ମାନ ଦିଆଯାଉଛି । ଏନେଇ ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ମଧ୍ୟ ଦୀପାବଳୀ ଉପଲକ୍ଷେ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ଏହାର ବିସ୍ତୃତ ବର୍ଗର ଉତ୍ପାଦ ଶୃଙ୍ଖଳା ଉପରେ ଏହି ଅଫର ପ୍ରଦାନ କରୁଛି। ‘ନୟେ ଇଣ୍ଡିଆ କି ଦିଓ୍ବାଲୀ’ ନାମରେ କମ୍ପାନୀ ଏକ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଛି। ଗ୍ରାହକଙ୍କ ଜୀବନକୁ ସୁଗମ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କମ୍ପାନୀ ସୂଚନା ଦେଇଛି। ଏହି ଅଫର ଅନ୍ତର୍ଗତ ଗ୍ରାହକଙ୍କୁ ବଛାବଛା ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ଉପରେ ୧୭.୫% କ୍ୟାଶବ୍ୟାକ ସୁବିଧା ଦେଉଥିବା କମ୍ପାନୀ କହିଛି। ସେହିଭଳି ପ୍ରଡକ୍ଟ ଉପରେ ବର୍ଦ୍ଧିତ ଓ୍ବାରେଣ୍ଟି, ଆକର୍ଷଣୀୟ ଇଏମ୍‌ଆଇ ସୁବିଧା ରହିଛି। ଫ୍ଲାଟ ପ୍ୟାନେଲ ଟିଭି, ବଛାବଛା ୟୁଏଚ୍‌ଡି ମଡେଲ ସମେତ ଅନ୍ୟ କେତେକ ବର୍ଗର ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ରହିଥିବା କମ୍ପାନୀ ସୂଚନା ଦେଇଛି। ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ ଦ୍ୱାରା ଗ୍ରାହକ ସନ୍ତୁଷ୍ଟି ଦିଗରେ କାର୍ୟ୍ୟ କରୁଛୁ ବୋଲି ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ କିମ୍‌ କି ଓ୍ବାନ୍‌ ସୂଚନା ଦେଇଛନ୍ତି।