(ରିପୋର୍ଟସ ଟୁଡେ) ଆଜି ବି ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ। ପୁଲିସ-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିବାର ଥିଲା। ଚାର୍ଜସିଟ୍ ଦାଖଲ ହୋଇପାରି ନ ଥିବାରୁ ମାମଲାର ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।
ଏହାସହ କନଷ୍ଟେବଲଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ୟ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିବାଦୀୟ ସ୍ଥିତିକୁ ନେଇ ଆଲୋଚନା ପାଇଁ ଆଜି ଅପରାହ୍ନରେ ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକ ଡାକିଛି। ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବାକୁ ଥିଲା। ହେଲେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିପାରି ନଥିଲା। ଏଥିପାଇଁ ୬ ସପ୍ତାହ ସମୟ ମାଗିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବା ସହ ଆଜି ସୁଦ୍ଧା ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।