ଗୁଜରାଟ : ଗୁଜରାଟରେ ରେକର୍ଡ ବିଜୟ ହାସଲ କରିବା ପରେ ସରକାର ଗଠନ କରିବାକୁ ପକ୍ରିୟା ଆରମ୍ବ କରିଛି ବିଜେପି । ପୁଣିଥରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ଭୂପେନ୍ଦ୍ର ପଟେଲ,ନବ ନିର୍ବାଚିତ ଦଳର ୧୫୬ ବିଧାୟକ ସର୍ବ ସମ୍ମତିକ୍ରମେ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ପଟେଲଙ୍କ ନାମ ପ୍ରସ୍ତାବ ଦେଇଥିଲେ କୁନା ଭାଇ ଦେଶାଇ । ତାଙ୍କ ପ୍ରସ୍ତାବକୁ ବିଧାୟକ ମାନେ ସମ୍ମତି ଦେଇଥିଲେ । ଏହି ମାସ ୮ ତାରିଖରେ ବିଜେପିର ରେକର୍ଡ ବିଜୟ ପରେ ଶ୍ରୀ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାର ଗଠନ ପାଇଁ ଦାବି ଜଣାଇଥିଲେ । ଏହାପରେ ଆଜି ବିଧାୟକ ଦଳ ବୈଠକ ବସି ଶ୍ରୀ ପଟେଲଙ୍କୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । ଆସନ୍ତା ସୋମବାର ଦିନ ୨ ଟା ବେଳେ ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।