ନିୟନ୍ତ୍ରଣ ରେଖାଠାରେ ସେନା ପୋଷ୍ଟ ଉପରେ ଲସ୍କରର ଆକ୍ରମଣ ପ୍ରସ୍ତୁତି

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ଥିବା ଭାରତୀୟ ସେନା ପୋଷ୍ଟ ଉପରେ ଲସ୍କର ଏ ତୋଏବା ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିôବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏହି ଆକ୍ରମଣ ପାଇଁ ଲସ୍କରର ୪ ଜଣ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରାଯାଇଛି । ସାମ୍ବା ଜିଲ୍ଲାର ବାରି ବ୍ରହ୍ମା, ସୁଂଜଓ୍ବାନ୍‌ ଏବଂ କାଲୁ ଚେକ୍‌ କ୍ୟାମ୍ପ୍‌ ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂଚନାରେ ଉଲ୍ଲେଖ ରହିଛି ।
ସେଥିଲାଗି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଜାଣିଶୁଣି ବାରମ୍ବାର ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଉଛି। ଭରତୀୟ ସେନାର ଦୃଷ୍ଟି ପାକିସ୍ତାନ ସେନା ଆଡକୁ କରି ଆତଙ୍କବାଦୀଙ୍କୁ ଭାରତ ଭିତରେ ଅନୁପ୍ରବେଶର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପାକିସ୍ତାନ ସେନା । ଅପରପକ୍ଷରୁ ସୂଚନା ମିଳିଛି କି ଲସ୍କରର ପ୍ରତିଷ୍ଠାତା ଆତଙ୍କବାଦୀ ମସୁଦକୁ ପାକିସ୍ତାନ ଗୁପ୍ତରେ ମୁକ୍ତ କରି ଦେଇଛି । ଭାରତରେ ଅସ୍ଥିରତା ସୃଷ୍ଟି ଲକ୍ଷ୍ୟରେ ପାକିସ୍ତାନ ମସୁଦକୁ ଛାଡିଥିବା ସୂଚନା ରହିଛି ।