ଲାଞ୍ଜିଗଡ ବ୍ଲକ ମିଶନ କାନ୍ଧ ସମାଜର ପ୍ରସ୍ତୁତି ବୈଠକ

କଳାହାଣ୍ଡି  ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ବେତୁଆପଡ଼ା ସ୍କୁଲ ପଡିଆ ଠାରେ ପୂଙ୍ଗରି ମାଝୀଙ୍କ ସଭାପତିତ୍ୱରେ ଆଜି ଲାଞ୍ଜିଗଡ ବ୍ଲକ ମିଶନ କନ୍ଦ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମାଜର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ସାରା ରାଜ୍ୟରେ ତୃଣମୂଳ ସ୍ତରରେ ସଂଘଠନକୁ ସୁଦୃଢ କରିବା ସହିତ ଆଦିବାସୀ ମାନେ ଶୋଷଣ ଶିକାର ହେଉଛନ୍ତି ଏହାକୁ ଦୃଷ୍ଟିରେ ଦୃଢ଼ ପଦକ୍ଷେପ ନିଆଯିବା ସହ ଆଦିବାସୀଙ୍କ ସାମ୍ବିଧାନିକ ହକ ଓ ଅଧିକାର ପାଇଁ ଲଢେ଼ଇ ଜାରି ରଖିବାକୁ ଆୱାନ ଦେଇଥିଲେ । ଏହି ଅଞ୍ଚଳ ପାଇଁ ମୁଖ୍ୟତଃ ଆଦିବାସୀଙ୍କ ପାଇଁ ଶିକ୍ଷାର ପ୍ରଗତି ଜରୁରୀ ରହିଥିବା ବେଳେ ସମାଜ କେମିତି ଉନ୍ନତିର ଅଗ୍ରଗତି ହେବା ସମେତ କୁସଂସ୍କାର,ଅନ୍ଦବିଶ୍ୱସ ଠାରୁ ଦୂରେଇ ରହିବା ନିତାନ୍ତ ଜରୁରୀ ରହିଛି । ଯେମିତିକି ନୂତନ ପିଢ଼ି କୁସଂସ୍କାର ଠାରୁ ଦୂରେଇ ରହି ସଂସ୍କାରୀତ କରିବା ଉପରେ ଉପସ୍ଥିତ ଅତିଥି ମାନେ ବିସ୍ତୃତ ଭାବରେ ବୁଝାଇ ଥିଲେ । ଉକ୍ତ ବୈଠକରେ ପ୍ରଦୀପ ମାଝୀ, ଜଳନ୍ଧର ମାଝୀ,ସୁଦାନା ମାଝୀ, ନିରଞ୍ଜନ ମାଝୀ, ସନାମ ମାଝୀ, ରାଜେନ୍ଦ୍ର ମାଝୀ, ପ୍ରଧାନ ମାଝୀ, ପୁରାଣା ମାଝୀ, ଲକ୍ଷ୍ମଣ ମାଝୀ, ସୁଶାନ୍ତ ମାଝୀ, ଇନ୍ଦ୍ର ମାଝୀ, ଡମେ ମାଝୀ, ଟିକା ମାଝୀ, ପୋଲି ମାଝୀ,ପୁଙ୍ଗରି ମାଝୀ, ଲେଲି ମାଝୀ, ସିଙ୍ଗା ମାଝୀ, ଜଗଦିଶ ପୁଟା,ଗୋବିନ୍ଦ ମାଝୀ, ଅରକ୍ଷିତ ମାଝୀ ସମେତ ଅଞ୍ଚଳ ଶତାଧିକ ଲୋକେ ଉପସ୍ଥିତ ରହିଥିବା ବେଳେ ପରବର୍ତୀ ବୈଠକରେ ନୂତନ କର୍ମକର୍ତା ଚୟନ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଁ ଯାଇଥିଲା ।