( ରିପୋର୍ଟସ ଟୁଡେ) : ଚାରା ଘୋଟଲା, ସମବାୟ ସ୍କାମ , ଓମଫେଡ ପଲିଥିନ ଭିଳି ଅନେକ ଦୁର୍ନିତିରେ ସଂପୃକ୍ତ ଥିବା ଅଭିଯୋଗ ଆସୁଛି । ବରିଷ୍ଠ ଅଧିକାରୀ ଠାରୁ ଆରମ୍ଭ କରି ଖୋଦ ମୂଖ୍ୟମନ୍ତ୍ରୀ ଏହି ଦୁର୍ନିତି ରେ ସଂପୃକ୍ତ ଥିବା ଅଭିଯୋଗ ଆସୁଛି । ଏ ସବୁର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବାବେଳେ ଆଗରୁ ଚୟନ କମିଟି ବୈଠକ ଦ୍ୱାରା ୪ ଜଣକୁ ଚୟନ କରାଯାଇଥିଲା ।
ଆଜି ପୁଣି ଥରେ ସଚିବାଳୟ ଠାରେ ଏକ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ମୂଖ୍ୟମନ୍ତ୍ରୀ , ବିରୋଧି ଦଳ ନେତା, ଓଡିଶା ହାଇକୋର୍ଟ ର ମୂଖ୍ୟ ବିଚାର ପତି ଙ୍କ ସମେତ ବିଧାନସଭାର ବାଚସ୍ପତି ଉପସ୍ଥିତ ଥିଲେ । ଆଉ ଜଣେ ଆଇନି ବିଶେଷଜ୍ଞକୁ ନିଯୁକ୍ତି ଦେଦାପାଇଁ ପ୍ରସ୍ତାବ ଦିଆଗଲା ଏନେଇ ରାଜ୍ୟପାଳ ଚୟନ କରିବେ । ତେବେ ଏହି ବୈଠକ ରେ କଣ ଆଲୋଚନା ହେଲା, ଏବଂ ଏହି ପ୍ରସଙ୍ଗ ରେ କହିଛନ୍ତି ବିରୋଧି ଦଳ ନେତା ଆସନ୍ତୁ ଶୁଣିବା ।