ମମତାଙ୍କୁ ବସ୍ ରେ ଭର୍ତ୍ତି କଲା, କେଜ୍ରିୱାଲଙ୍କୁ ଟେକିନେଲା

ସିଜେପି ଦେଇଥିବା ଆନ୍ଦୋଳନକୁ ସମର୍ଥନ କରୁଥିବା ବିରୋଧୀ ଦଳର ନେତାଙ୍କୁ ଉଠାଇବାରେ ଲାଗିଛି ପୁଲିସ୍‌। ପ୍ରଥମେ ପୁଲିସ୍‌ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓ ଦଳର ୫ ଜଣ ସାଂସଦଙ୍କୁ ବସ୍‌ରେ ଭର୍ତ୍ତି କରି ଉଠାଇ ନେଇଥିଲା। ଏବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଅଟକ ରଖିଛି। ଆପର ନେତା ଓ କର୍ମୀଙ୍କ ସହ କେଜ୍ରିୱାଲ ଲୋଧି ଇଷ୍ଟେଟ ନିକଟରେ ବିକ୍ଷୋଭ କରୁଥିବା ବେଳେ ଏକାଧିକ ପୁଲିସ୍‌ ତାଙ୍କ ହାତ ଓ ଗୋଡ଼କୁ ଧରି ଟେକି ନେଇଛି ।  ସିଜେପି ଯନ୍ତମନ୍ତରରେ ଆନ୍ଦୋଳନର ଡାକରା ଦେଇଥିବାରୁ ଏଥିରେ ସାମିଲ ହେବାରୁ ଦିଲ୍ଲୀରେ ପହଞ୍ଚିଥିଲେ ମମତା ବାନାର୍ଜୀ। ସେ ଓ ଟିଏମସିର କିଛି ସାଂସଦ ଯନ୍ତରମନ୍ତର ଯିବାକୁ ଚାହିଁଥିଲେ ହେଁ ପୁଲିସ୍‌ ସେମାନଙ୍କୁ ଛାଡ଼ି ନଥିଲା। ଶେଷରେ କେନ୍ଦ୍ରୀୟ ଦିଲ୍ଲୀର ସାଉଥ ଆଭିନ୍ୟୁ ନିକଟରେ ମମତା ଆଣ୍ଡ କୋ ଧାରଣାରେ ବସିଥିଲେ। ବେଶ କିଛି ସମୟ ଧାରଣା ଦେବା ପରେ ପୁଲିସ୍‌ ସେଠାରୁ ମମତାଙ୍କ ସମେତ ଟିଏମସିର ପ୍ରାୟ ୫ ଜଣ ସାଂସଦଙ୍କୁ ବସ୍‌ରେ ଭର୍ତ୍ତି କରି ଅନ୍ୟତ୍ର ନେଇ ଯାଇଛି।