(ଜୟନ୍ତ କୁମାର ସେଠୀ)ଗୋପ: କରୋନାକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏ ନେଇ ବିଭିନ୍ନ କଟକଣା ସମେତ ସଚେତନତା କରାଯାଉଛି। ଅନ୍ୟପଟେ ଏହି ଅଵସରରେ ପୁରୀ ଜିଲାପାଳ ବଲବନ୍ତ ସିଂ ପୁରୀ ବାସିନ୍ଦା ସମେତ ସାରା ରାଜ୍ୟ ବାସୀଙ୍କୁ କରୋନା ନେଇ ସଚେତନ ବାର୍ତା ଦେଇଛନ୍ତି। ବିଶେଷ କରି ପୁରୀ ବାସିନ୍ଦା ଏକାଠି ହୋଇ ବଡ଼ ଉତ୍ସବ ଆୟୋଜନ ନ କରିବା ,ଦରକାର ନ ପଡିଲେ ଘରୁ ନ ବାହାରିବା ନେଇ ଅପିଲ କରିଛନ୍ତି। ସେହିପରି ପୁରୀକୁ ଆସୁଥିବା ପର୍ୟ୍ୟଟକ ମାନେ କିଛି ଦିନ ପୁରୀ ବୁଲି ବାକୁ ନ ଆସିବା ନେଇ ଅନୁରୋଧ କରିଛନ୍ତି। ଏ ନେଇ ମଧ୍ୟ ବିଭିନ୍ନ ଟୁର ଏବଂ ଟ୍ରାଭେଲ ଏଜେନ୍ସି ଯାତ୍ରୀ ନ ବୁଲାଇବା ପାଇଁ କଟକଣା ଜାରି କରାଯାଇଛି। ସେହିପରି ଯଦି କେହି ସନ୍ଧିଗ୍ଧ ଵ୍ୟକ୍ତି ନଜର କୁ ଆସନ୍ତି ତୁରନ୍ତ ପ୍ରଶାସନ କୁ ଜଣାଇବା ସହ ଥଣ୍ଡା , ଜ୍ୱର , କାଶ ଦୀର୍ଘ ଦିନ ଲାଗି ରହି ଥିଲେ ଅବହେଳା ନ କରି ତୁରନ୍ତ ଚିକିତ୍ସା କରିବା ନେଇ ପୁରୀ ଜିଲାପାଳ ନିବେଦନ କରିଛନ୍ତି। ସମସ୍ତେ ପ୍ରଶାସନ କୁ ସହଯୋଗ କରିବା ପାଇଁ ପୁରୀ ଜିଲାପାଳ ବଲବନ୍ତ ସିଂ ଅନୁରୋଧ କରିଛନ୍ତି।