(ଜୟନ୍ତ ଜୁମାର ସେଠୀ) ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଦାନା ବାନ୍ଧୁଚି ଆଉ ଏକ ବାତ୍ୟା। ଆଉ କେତେ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଡିପ ଡିପ୍ରେସନ ରେ ପରିଣତ ହେବାକୁ ନେଇ କୋଣାର୍କ ସମୁଦ୍ର କୁଳିଆ ଗ୍ରାମର ଗାମବାସୀ ମାନେ ଆତଂକିତ ଅଛନ୍ତି। କୋଣାର୍କ ସମୁଦ୍ର କୁଳିଆ ୮ ଖଣ୍ଡ ଗ୍ରାମର ଗ୍ରାମବାସୀ ଭୟ ଭୀତ ଅଛନ୍ତି । ଚନ୍ଦ୍ରଭାଗା ନୋଳିଆ ସାହି ଗ୍ରାମ ସମୁଦ୍ର କୂଳରେ ବସବାସ କରୁଥିବାରୁ ଅଧିକ ଆତଂକିତ ଅଛନ୍ତି । ସମୁଦ୍ର କୂଳରେ ମସ୍ୟ ଯିବି ମନେ ପ୍ରାୟ ୨୫୦୦ ଲୋକେ ସମୁଦ୍ର କୁଳର ନୋଳିଆସାହିରେ ବସବାସ କରନ୍ତି । ସତର୍କ ସୂଚନା଼ ଦିଆ ଯାଇଥିଲେ ମଧ୍ୟ ତାଙ୍କୁ ନିରପଦା ସ୍ଥାନକୁ ନିଆଯାଇନାହିଁ ।
ଏପଟେ ସମୁଦ୍ର ର ଢେଉ ଜୋର ରେ ହେଉଥିବାରୁ ଚନ୍ଦ୍ରଭାଗା ବେଳାମାର୍ଗରେ ପର୍ୟ୍ୟଟକ ଶୁନ ହୋଇଯାଇଛନ୍ତି । ଢେଉ ଜୋର ରେ ହେଉଥିବାରୁ ସମୁଦ୍ର କୁଳ ନବୁଲି ଫେରୁଛନ୍ତି ପର୍ୟ୍ୟଟକ । ଆଜି ପୁରୀ ଜିଲ୍ଲାପାଳ କୋଣାର୍କ ନୋଳିଆ ସାହିବୁଲି ଲୋକମାନଙ୍କୁ ସତର୍କ ରହିବାକୁ କହିବାସହ ବାତ୍ୟା ଆଶ୍ରୟ ସ୍ତଳୀ କୁ ଯିବାପାଇଁ ପରାମର୍ଶ ଦେଇଛନ୍ତି । ଏବଂ ତିତଲୀର ମୁକାବିଲା କରିବାପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛୁ ବୋଲି ଜିଲାପାଳ କହିଛନ୍ତି ।