(ପ୍ରଶାନ୍ତ ସ୍ୱାଇଁ ): ପାରାଦୀପ ଉପକଣ୍ଠ ବଗଦିଆ ଅଚଁଳରେ ଜୈନିକ ଯୁବକକୁ ଛୁରାମାଡକରି ଦୁର୍ବୁତ ଫେରାର । କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଚାଂୟତ ର ସିଜୁ ଗ୍ରାମର ସନ୍ତୋଷ ସ୍ୱାଇଁ ଙ୍କ ପୁତ୍ର ସୁଧୀର ସ୍ୱାଇଁ ରାତି ପ୍ରାୟ ୧୦ଟା ସମୟରେ ରଙ୍ଗିଆଗଡ ଦେଇ ଘରକୁ ଫେରୁଥିବା ସମୟରେ ବଗଦିଆ ଛକ ନିକଟରେ ଥିବା ମଦ ଦୋକାନ ପାଖରେ ଜଣେ ଦୁର୍ବୁତ ଏକ ବୁଲେଟ ଗାଡିରେ ଆସି ସୁଧୀରଙ୍କୁ ଅଟକାଇଥିଲେ ତେବେ କୌଣସି କାରଣ ନଥାଇ କାହିଁକି ଅଟକାଇଲେ ବୋଲି ସୁଧୀର ପଚାରିବାରୁ କିଛି କହିବାପୁର୍ବରୁ ଦୁର୍ବୁତ ଜଣକ ସୁଧୀରଙ୍କ ପଛପଟୁ ଛୁରାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ବୁତ ଜଣକର ପରିଚୟ ସମୀର ନାୟକ ଘର ବାଲିତୁଠ ଅଚଂଳର ବୋଲି ସୁଧୀର ପ୍ରକାଶ କରିଛନ୍ତି । ତେବେ ସୁଧୀରଙ୍କୁ ଗୁରତର ଅବସ୍ଥାରେ ପ୍ରଥମେ ଅଠରବାଙ୍କୀ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ କୌଣସି ପୁର୍ବ ଶତୃତାକୁ ନେଇ ଏ ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।