(ସର୍ବେଶ୍ୱର ପାତ୍ର) : ଢେଙ୍କନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ରାମିଆଳି ସେତୁ ଉପରେ ଯାଉଥିବାବେଳେ ଜଣେ ବ୍ୟାକ୍ତି ଭାରସାମ୍ୟ ହରାଇ ସାଇକେଲରୁ ନଦୀ ଭିତରକୁ ଖସିପଡିଛନ୍ତି । ସାଇକେଲଟି ପୋଲ ଉପରେ ପଡିଥିବାବେଳେ ବ୍ୟକ୍ତି ଜଣକ ନଦୀର ପ୍ରଖର ସ୍ରୋତରେ ନିଖୋଜ ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼ ଗ୍ରାମର ଦୁଷ୍ମନ୍ତ କୁମାର ନାୟକ ସାଇକେଲ ଯୋଗେ କଙ୍କଡ଼ାହାଡ଼ ବଜାରରୁ ଫେରୁଥିବା ବେଳେ କୌଣସି କାରଣରୁ ରାମିଆଳ ନଦୀ ଉପରେ ଥିବା ସେତୁ ଉପରେ ଭାରସାମ୍ୟ ହରାଇଥିଲେ। ସାଇକେଲ ପୋଲ ଉପରେ ରହି ଯାଇଥିବା ବେଳେ ସେ ପୋଲ ତଳ ନଦୀ ଭିତରକୁ ଖସି ପଡ଼ିଥିଲେ। ଦଣ୍ଡାଧାର ଡ଼୍ୟାମ୍ର ଗେଟ୍ ଖୋଲା ଯାଇଥିବାରୁ ରାମିଆଳ ନଦୀରେ ଜଳସ୍ତର ଅଧିକ ରହିବା ସହିତ ନଦୀର ସ୍ରୋତ ମଧ୍ୟ ଅଧିକ ରହିଛି। ତେଣୁ ପାଣିରେ ଖସିପଡ଼ି ସେ ନିଖୋଜ ହୋଇଯାଇଥିବା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତଙ୍କ କୌଣସି ପତ୍ତା ମିଳି ନାହିଁ।