କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକ

(ରିପୋର୍ଟସ ଟୁଡେ): କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ମା’ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଜି ମା’ ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ବିଶ୍ୱାସ ରହିଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ପୂଣ୍ୟ ମିଳିଥାଏ। ସାତଦିନ ଧରି ହେବାକୁ ଥିବା କାଳୀପୂଜାର ଗତକାଲି ପ୍ରଥମ ଦିନରେ ମା’ଙ୍କୁ ବେଦମାତା ବେଶରେ ସୁସଜ୍ଜିତ କରାଯାଇଥିଲା। ତେବେ ଭଦ୍ରକରେ କାଳୀପୂଜା ପରମ୍ପରା ବେଶ୍ ପ୍ରସିଦ୍ଧ ଥିବା ବେଳେ ସାତଦିନ ଧରି ମାଆଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ। ମା’ଙ୍କର ଏହି ଭିନ୍ନ ଭିନ୍ନ ବେଶ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।