(ଦୀପକ କୁମାର): ସରକାର ଗରିବଙ୍କ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି । ହେଲେ ଉପଯୁକ୍ତ ହିତାଧିକରୀ ସରକାରୀ ଯୋଜନାରୁ ବଚିଂତ ହୋଇଥିବା ଖବର ପ୍ରତିଦିନ ନଜରକୁ ଆସୁଛି । ତେବେ ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇଁ ସାଧାରଣରେ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି ।
ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରୁଞ୍ଚବଚିଂତ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ମଙ୍ଗଳପୁର ପଚାଂୟତ ବଡ଼ରାୟପଢା ଗ୍ରାମର ଭାସ୍କାର ମଲ୍ଲିକ୍ । ଆଜକୁ ୨ ବର୍ଷ ହେଲା ସେ କିଡ଼ନୀ ରୋଗରେ ଆକ୍ରାନ୍ତ । ତାଙ୍କର ଦୁଇଟି କିଡ଼ନୀ ଫେଲ ହେବା କଥ।। ଡ଼ାକ୍ତର କହିବା ସହ ଅପରେସନ ପାଇଁ ୭ ରୁ ୮ ଲକ୍ଷ ଲାଗିବ ବୋଲି କହିଥିଲେ । ହେଲେ ଅର୍ଥ ପାଇଁ ସାମର୍ଥ୍ୟ ନଥିବାରୁ ଚିନ୍ତାରେ ଭାସ୍କରଙ୍କ ପରିବାର । ଏନେଇ ପୂଅକୂ ଭଲ କରିବା ପାଇଁ ବାପା,ମା ଜିଲ୍ଲାପାଳଙ୍କୁ ଠୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଭାସ୍କରଙ୍କ ପରିବାର କହିଲେ ସ୍ତ୍ରୀ ୪ ବର୍ଷର ପୁଅ ଓ ବୁଢା ବାପା ମା ଆଉ ସାନ ଭାଇ । ପୂର୍ବରୁ ଭାସ୍କର ଏକ ଘରୋଇ କମ୍ପାନୀରେ ଲେବର ଭାବେ କାର୍ଯ୍ୟ କରୁଥିଲେ । ବାପା ଆଉ ସାନଭାଇ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ଏତେ ଗୁଡ଼ାଏ ଅର୍ଥ ଚିକିତ୍ସା ପାଇଁ ଆବଶ୍ୟକ ଥିବାରୁ ଏମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କିଛି ସରକାରୀ ସାହାର୍ଯ୍ୟ ପାଇଁ କୋହଭରା କଣ୍ଠରେ ଆକୁଳ ନିବେଦନ କରଛନ୍ତି ଏମାନଙ୍କ ପରିବାର ।