ପୁରୀ: ନେପାଳରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବରେ ଯୋଗଦାନ ପାଇଁ ନେପାଳ ଶ୍ରୀପଶୁପତିନାଥ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର। ମହାପ୍ରଭୁଙ୍କ ସେବକମାନେ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସହ ନେପାଳର ସମ୍ପର୍କ ବହୁ ପୁରାତନ। ଏଣୁ ଶ୍ରୀମନ୍ଦିରରେ ଏହି ଭବ୍ୟ ସମାରୋହରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଇଛି।