ମେ’ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ମେ’ ମାସ ଆରମ୍ଭରୁ ବନ୍ଦ ରହିବ ଭିତର କନିକା ଜାତୀୟ ଉଦ୍ୟାନ । ଏହି ସମୟରେ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଥିବାରୁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି କୁହାଯାଉଛି । ତେବେ ଏହି ସମୟରେ କୁମ୍ଭିର ମାନେ ନଦୀ ନାଳମାନଙ୍କରେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜାଇବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ୟ୍ୟନ୍ତ ଜାତିୟ ଉଦ୍ୟାନକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମାଆ କୁମ୍ଭୀର ଅଣ୍ଡା ଦେଇସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ। ଏହି ସମୟରେ ସେ ଅଧିକ ହିଂସ୍ର ହୋଇଥାଏ। ଏଥିପାଇଁ ଦେଶ ବିଦେଶର ପର୍ୟ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିବାକୁ ବାରଣ କରାଯାଇଛି।