ବିରୋଧୀଙ୍କ ପ୍ରଶ୍ନରେ  ପ୍ରତି ଉତ୍ତରରେ ଗୃହରାଷ୍ଟ୍ର ମନ୍ତ୍ରୀ କହିଛିନ୍ତି, ପୂର୍ବରୁ ୬୪୩ ପୋଲିସ ଥାନା ଥିଲା ,ବର୍ତ୍ତମାନ ନୂଆ ୩୬ଟି ଥାନା ଖୋଲା ଯାଇଛି

ଭୁବନେଶ୍ୱର: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସରଗରମ ରହଥିବା ବେଳେ କେନ୍ଦ୍ର ସରକାରଙ୍କୁ ଘେରିଛି ଶାସକ ଦଳ । ସେହିପରି ପ୍ରଶ୍ନକାଳ ସମୟରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ନିଜ ଅଞ୍ଚଳରେ ନୂଆ ଥାନା ଖୋଲିବା ନେଇ ଗୃହରେ ଦାବି ରଖିଛନ୍ତି ।

ଅନ୍ୟପଟେ  ବିରୋଧୀଙ୍କ ପ୍ରଶ୍ନରେ  ପ୍ରତି ଉତ୍ତରରେ ଗୃହରାଷ୍ଟ୍ର ମନ୍ତ୍ରୀ କହିଛିନ୍ତି ରାଜ୍ୟରେ  ବର୍ତ୍ତମାନ ସୁଦ୍ଧା ୬୪୩ ଥାନା ଥିଲା । ବର୍ତ୍ତମାନ ନୂଆ ୩୬ଟି ଥାନା ଖୋଲା ଯାଇଛି । ତେବେ ବିଭିନ୍ନ ସ୍ଥାନରେ ନୂଆ ଥାନା ଖୋଲିବାକୁ ପ୍ରସ୍ତାଵ ଆସିଛି ।  ବିଭାଗ ତରଫରୁ ସେନେଇ ବିଚାର କରାଯାଉଛି। ସୂଚନାଯୋଗ୍ୟ ଯେ ନୂଆ ଥାନା ନିର୍ମାଣ ପାଇଁ କିଛି କ୍ରାଇଟ୍ରେରିଆ ରହିଛି । ଯେମିତି ପ୍ରତି ମାସକୁ କେତେ କେସ ରେକର୍ଡ ଆସୁଛି ଏବଂ  ତାହା ସହିତ ଗୋଟାଏ ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳରେ ଥିବା ଥାନାର ଷ୍ଟାଟିସ୍ଟିକାଲ ଡାଟା ର ତଥ୍ୟ କୁ ଆଧାର କରି ନୂଆ ଥାନା ପାଇଁ ବିଚାର କରାଯାଏ ।

ତେବେ ଓଡିଶାରେ ପୂର୍ବରୁ ୬୪୩ ପୋଲିସ ଥାନା ଥିଲା । ଅନେକ ବିଧାୟକ ନିଜ ଅଞ୍ଚଳରେ ନୂଆ ଥାନା ପାଇଁ ନିବେଦନ କରିଛନ୍ତି ।  ଯେଉଁଠି ଅଧିକ ଅପରାଧିକ ମାମଲା ରହୁଛୁ, ସେଠାରେ ଆବଶ୍ୟକତା ଦେଖି ଥାନା ପରିବର୍ଦ୍ଧିତ କରାଯିବ ବୋଲି ଗୃହରେ ଉତ୍ତର  ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।