ବ୍ୟୁରୋ : ଦିନକୁ ଦିନ ପାକିସ୍ତାନ ରାଜନୀତି ସମ୍ପର୍କରେ ଶୁଣିବାକୁ ମିଳୁଛି ରୋଚକ ତଥ୍ୟ । ସେଠାକାର ପୂର୍ବ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛିି । ସୁଚନାନୁଯାୟୀ ଇମ୍ରାନ ପ୍ରଧାନ ମନ୍ତ୍ରୀ ଥିବା ସମୟରେ ନିଜ ବାସ ଭବନରୁ ସଚ୍ଚିବାଳୟକୁ ଯିବା ପାଇଁ ହେଲିକପ୍ଟରର ବ୍ୟବହାର କରୁଥିଲେ । ୩ ବର୍ଷ ୮ ମାସ ମଧ୍ୟରେ ସେହି ବାବଦକୁ ପ୍ରାୟ ୫୫ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଯାଇଛି । ଏହି ଅର୍ଥ ସମ୍ପର୍କରେ ନୂତନ ଅର୍ଥ ମନ୍ତ୍ରୀ ଇସ୍ମାଇଲ ସୂଚନା ଦେଇଛନ୍ତି ।

ଏହି ସମ୍ପର୍କରେ ପୂର୍ବରୁ ଅଭିଯୋଗ ଆସିଥିଲେ ମଧ୍ୟ ପୂର୍ବ ଅର୍ଥ ମନ୍ତ୍ରୀ ଫବାଦ ଚୋଧୁରୀ ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରିଥିଲେ । ଏବଂ ଇସ୍ମାଇଲ ଆହୁରି ମଧ୍ୟ କହିଛନ୍ତି ଇମ୍ରାନ ନିଜ ସରକାର ସମୟରେ ବିଜୁଳି କ୍ଷେତ୍ରରେ ୨,୫୦୦ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ୧,୫୦୦ ଅରବ ଟଙ୍କାର ଋଣ କରିଛନ୍ତି ।

ଇମ୍ରାନ ବିରୋଧରେ ପୂବର୍ରୁ ଆଲୋଚନା ହେଉଥିଲା କି ସେ ବିଦେଶରୁ ମିଳିଥିବା ଉପହାର ସବୁକୁ ବିକ୍ରି କରି ଦେଇଥିବା କଥା ଅଭିଯୋଗ ଆସିଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି । କିନ୍ତୁ ଏହି ମାମଲାର ବିଚାର କରି ଇସଲାମାବାଦ ହାଇକୋର୍ଟର ଡେପୁଟି ଆଟର୍ଣ୍ଣ ଜେନେରାଲ ଅରଶଦ କୟାନୀ ୨୦୧୮ ପରଠାରୁ ମିଳିଥିବା ସମସ୍ତ ବିଦେଶୀ ଉପହାରକୁ ସାର୍ବଜନୀନ କରିବା ପାଇଁ ଇମ୍ରାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।