ଭାରତ ମ୍ୟାଚ୍ ଜିତିବା ପରେ ନିଜର କଥା ବଦଲାଇଲେ ଆଇଆଇଟି ବାବା..

ଭାରତ ମ୍ୟାଚ ଜିତିବା ପରେ ଭବିଷ୍ୟବାଣୀ ଉପରେ ମୁହଁ ଖୋଲିଲେ ଆଇଆଇଟି ବାବା ଓରଫ ଅଭୟ ସିଂହ । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହା ପୂର୍ବରୁ ଏହି ଦୁଇ ଦଳ ମଧ୍ୟରୁ କିଏ ଜିତିବ ତାକୁ ନେଇ ଅନେକ ଚର୍ଚ୍ଚା ଭିତରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା ଆଇଆଇଟିଆନ ବାବାଙ୍କ ଭବିଷ୍ୟବାଣୀର ଏକ ଭିଡିଓ ।

ଯେଉଁଥିରେ ସେ କହିଥିଲେ ମ୍ୟାଚ୍ ପୂର୍ବରୁ ସେ କହିଥିଲେ,”ଏଥର ଭାରତ ଜିତିବ ନାହିଁ। ବିରାଟ କୋହଲି ବା ଅନ୍ୟ କ୍ରିକେଟର ଯେତେ‌ ଚେଷ୍ଟା କଲେ ବି ୨୩ତାରିଖରେ ହେବାକୁ ଥିବା ମ୍ୟାଚ୍ ଜିତିପାରିବେ ନାହିଁ।” ଯେଉଥିପାଇଁ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା । କିନ୍ତୁ ଏହାର ବିପରୀତ ହୋଇଥିଲା ।

ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା, ବିରାଟ କୋହଲି ୧୧୧ ବଲରୁ ଅପରାଜିତ ୧୦୦ ରନ କରିଥିଲେ । ଏହା ପରେ ସମସ୍ତେ ବାବାଙ୍କ ଭବିଷ୍ୟବାଣୀଙ୍କୁ ମିଥ୍ୟା ବୋଲି କହି ତାଙ୍କୁ ସୋସିଆଲ ମିଡିଆରେ ଆହୁରୀ ଟ୍ରୋଲ କରିଥିଲେ । କିନ୍ତୁ ଏବେ ସେହି ଆଇଆଇଟିଆନ ବାବାଙ୍କୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, “ଆମେ କେବଳ ଏହିପରି ଖେଳୁ। ଆମେ ନିଜ ପାଇଁ ଖେଳୁ। ଭବିଷ୍ୟବାଣୀରେ ବିଶ୍ୱାସ କରନାହିଁ। ନିଜର ମୁଣ୍ଡ ଖଟାଅ। ମୋ କଥାକୁ ଗମ୍ଭରତାର ସହ ନିଅ ନାହିଁ।”