(ଆଦର୍ଶ ରାଉତ) : ଆଇସିଟି-ଆଇଓସି କ୍ୟାମ୍ପସରେ ପ୍ରଥମ ଶିକ୍ଷାବର୍ଷର ପ୍ରଥମ ବ୍ୟାଚ ପାଠପଢାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆସନ୍ତା ୭ ସେପ୍ଟେମ୍ବରରେ ହେବେ ଶୁଭାରମ୍ଭ । ରାଷ୍ଟ୍ରାୟତ ଉଦ୍ୟେଗ ଭାରତୀୟ ତୈଳ ନିଗମର ସହଯୋଗିତାରେ ଆଇସିଟିର ଓଡ଼ିଶା କ୍ୟାମ୍ପସ୍ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ହୋଇଛି । ମହାମହିମ ରାଷ୍ଟ୍ରପତିଙ୍କ କ୍ୟାମ୍ପସ ଉପଘାଟନର ଠିକ ୬ ମାସ ପରେ ରେକର୍ଡ ଟାଇମରେ ଆରମ୍ଭ ହେବ ପାଠପଢ଼ା । ଭୁବନେଶ୍ୱରରେ ଆଇସିଟି-ଆଇଓସି କ୍ୟାମ୍ପସ ଆଇସିଟିର ଦେଶରେ ଦ୍ୱତିୟ କ୍ୟାମ୍ପସ ଭାବେ ପ୍ରତିଷ୍ଠିତ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଭୁବନେଶ୍ୱରରେ ଏହି କ୍ୟାମ୍ପସ ପ୍ରତିଷ୍ଠିତ ହୋଇଛି । ଆଇସିଟି କ୍ୟାମ୍ପସରୁ ଏପର୍ଯ୍ୟନ୍ତ ୧୯ ଜଣ ପଦ୍ମପୁରସ୍କାର ବିଜେତା ପାଠ ପଢଛନ୍ତି । ଏହି ସୂଚିରେ ଦେଶର ୫୦୦ ଉଦ୍ଧ୍ୱର୍ ଆଗଧାଡ଼ିର ଶିଳ୍ପଦ୍ୟୋଗୀ ରହିଛନ୍ତି ।