ରାଜଧାନୀରେ ହୋଟେଲ ସିଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗୋଟିଏ ହୋଟେଲକୁ ସିଲ କରିଛି ବିଏମସି । ଭୁବନେଶ୍ୱରର ନିକୋ ପାର୍କ ଛକରେ ଥିବା 9th ଷ୍ଟ୍ରିଟ ହୋଟେଲକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ପାର୍ବଣରେ ରାତ୍ରକାଳୀନ କର୍ଫ୍ୟୁ ଲାଗିଥିବା ସମୟରେ ଏହି ହୋଟେଲରେ ଦାଣ୍ଡିଆ ନ୍ଧବଙ୍କ ଆୟୋଜନ ହେଉଥିଲା । ତେବେ ଏ ନେଇ ବିଏସି ପକ୍ଷରୁ କୌଣସି ଅନୁମତି ମଧ୍ୟ ନିଆଯାଇ ନଥିଲା । ଆସନ୍ତା ୧୩ ଏବଂ ୧୪ ତାରିଖରେ ଏହି ଦାଣ୍ଡିଆ ନାଇଟ ଆୟୋଜନ ନେଇ ବିଜ୍ଞାପନ ଜାରି ହୋଇଥିଲା । କୌଣସି ସୂତ୍ରରୁ ବିଏସି ଏ ନେଇ ଖବର ପାଇ ହେଟେଲରେ ଚଢାଉ କରିଥିଲା । ଏହାପରେ ବିଏମସି ଏହାକୁ ସିଲ କରିଛି ।