୨୦ଟି ଗେଟ ଦେଇ ହିରାକୁଦରୁ ଜଳ ନିଷ୍କାସନ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ହିରାକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲି ଦିଆଯାଇ ଜଳ ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିପଦ ଶଂକେତ ଉପରକୁ ଆସଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ଘଣ୍ଟା ୩ଲକ୍ଷ ୨୯ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ତେଣୁ ଜଳ ନିଷ୍କାସନ ପାଇଁ ଡ୍ୟାମର ୨୦ଡି ଗେଟ ଖୋଲି ପ୍ରତି ଘଣ୍ଟା ୩ଲକ୍ଷ ୪୧ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।