(ରିପୋର୍ଟସ ଟୁଡ଼େ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏନେଇ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ମଙ୍ଗଳବାର ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି ସରକାର। ଅର୍ଦ୍ଧକୁଶଳୀ, ଅଣକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀକୁ ବୃଦ୍ଧି କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରାଯାଇ ୩୨୦ ଟଙ୍କା କରାଯାଇଛି। ପୂର୍ବରୁ ସେମାନେ ମଜୁରୀ ବାବଦକୁ ଦୈନିକ ୨୨୦ ଟଙ୍କା ପାଉଥିଲେ। ସେହିପରି ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୨୦୦ ରୁ ୨୮୦ ଟଙ୍କାକୁ ବୃଦ୍ଧି କରାଯାଇଛି। କୁଶଳୀଙ୍କ ୨୪୦ ରୁ ୩୭୦ ଓ ଉଚ୍ଚ କଶୁଳୀ ଶ୍ରମିକଙ୍କ ୨୬୦ ରୁ ୪୩୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବଦ୍ଧିତ ମଜୁରୀ କୁ ନେଇ ଶ୍ରମିକ ମାନେ ଖୁସି ପ୍ରକାଶ କରୁଥିବାବେଳେ ଅନ୍ୟ ପଟେ ଏହାକୁ ନେଇ ରାଜନୀତିରେ ମାହୋଲରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିପାରନ୍ତି ବୋଲି ବିରୋଧୀ ଦଳରେ ଚର୍ଚ୍ଚ ହୋଇଛି ।