(ଗୋବିନ୍ଦ ଚନ୍ଦ୍ର ପଣ୍ଡା): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆନୁକୁଲ୍ୟରେ କେନ୍ଦ୍ର ସରକାରଙ୍କ ସୁରକ୍ଷା ପ୍ରକଳ୍ପ ରାଜ୍ୟ ସରକାରଙ୍କର ଆର୍ଥିକ ସହାୟତାରେ ଡିଜିଟାଲ ଜେଣ୍ଡର ମାନଚିତ୍ର ପ୍ରକଳ୍ପ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କଦ୍ୱାରା ଉନ୍ମୋଚିତ ହୋଇଛି । ଏହି ମାନଚିତ୍ର ଦ୍ୱାରା ମହାବିଦ୍ୟାଳୟ , ବିଶ୍ୱବିଦ୍ୟାଳୟ ଓ ରାଷ୍ଟ୍ରୀୟସ୍ତରରେ ଅନୁଷ୍ଠାନରେ ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀମାନଙ୍କର ଯୋଗଦାନର ସ୍ଥିତି ଓ ସଫଳତା ସହଜରେ ଜଣାପଡିବ । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଉଚ୍ଚଶିକ୍ଷାର ବିକାଶର ମାନଦଣ୍ଡ ଆଧାରରେ ଶ୍ରେଣୀଭୁକ୍ତ କରାଯାଇଛି । ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ଥିବା ଭିତ୍ତିଭୂମି, ଶିକ୍ଷକ ଓ ପ୍ରଗତି ଇତ୍ୟାଦିକୁ ନେଇ ପ୍ରତ୍ୟେକ ଜିଲ୍ଲାପାଇଁ ମାନଚିତ୍ର ପ୍ରସ୍ତୁତ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ନବକୃଷ୍ଣଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର, ଏନ.ଆଇ.ସି ଓ ଭାରତ ସରକାରଙ୍କ ମିଳିତ ସହଯୋଗରେ ଡିଜିଟାଲ ମାନଚିତ୍ର ପ୍ରକଳ୍ପ କାର୍ଯ୍ୟକାରି ହୋଇଛି ।
ମାନଚିତ୍ର ଦ୍ୱାରା ଏହି କାର୍ଯ୍ୟ ଡିଜିଟାଲ ଜ୍ଞାନକୌଶଳରେ କାର୍ଯ୍ୟକାରି କରାଯାଉନଥିବାରୁ ଏହାକୁ ତତ୍କ୍ଷଣ ଅପଡେଟ କରାଯାଇପାରିବ । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଓ ମୌଳିକ ସହଯୋଗରେ ଏହି ଡିଜଟାଲ ଜେଣ୍ଡର ମାନଚିତ୍ର ପ୍ରକଳ୍ପ କାର୍ଯ୍ୟକାରି ହେଉଅଛି ।